ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ଭଦ୍ରା କାଳ, ଭୁଲରେ ସୁଦ୍ଧା ଏହି ସମୟରେ ବାନ୍ଧନ୍ତୁ ନାହିଁ ରାକ୍ଷୀ

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ସୋମବାର ୧୯ ତାରିଖରେ ପଡୁଛି ଶ୍ରାବଣ ପୂର୍ଣ୍ଣିମା। ଏହିଦିନକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହିଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ହେଲେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଭଦ୍ରା କାଳ ପଡୁଥିବାରୁ ରାକ୍ଷୀ ବାନ୍ଧିବା ସମୟ ଅଡୁଆ ହୋଇଯାଇଛି। କାରଣ ଭଦ୍ରାକାଳ ଭିତରେ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ତାହା ଅଶୁଭ ହେବ।

ତେବେ ଓଡିଶାର ଜ୍ୟୋତିଷଙ୍କ ଅନୁସାରେ ଆସନ୍ତାକାଲି ସୋମବାର ୧୯ ଅଗଷ୍ଟ ଦିନ ଭୋର ୩ଟା ୪ ମିନିଟରୁ ପୂର୍ଣ୍ଣିମା ତିଥି ଆରମ୍ଭ ହେବ, ଆଉ ଏହା ରାତି ୧୧ଟା ୫୫ ମିନିଟ ଯାଏଁ ରହିବ। ତେବେ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଭଦ୍ରାର ଛାୟା ରହିବ, ଯାହାର ସମାପ୍ତ ୧ଟା ୨୯ ମିନିଟରେ ହେବ। ଏହି ଭଦ୍ରାକାଳରେ ସାଧାରଣ ଭାବେ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଏ । କାରଣ ଭଦ୍ରାକାଳରେ ରାକ୍ଷୀ ବାନ୍ଧିବାକୁ ଅଶୁଭ ଗଣନା କରଯାଏ ।

ଜ୍ୟୋତିଷଙ୍କ ଗଣନା ଅନୁସାରେ ଆସନ୍ତାକାଲି ଦିନ ୧ଟା ୩୨ ପରେ ଆପଣ ନିଜ ଭାଇକୁ ରାକ୍ଷୀ ପିନ୍ଧାଇପାରିବେ । କାରଣ ସେତେବେଳକୁ ଏହି ଭଦ୍ରା ସମାପ୍ତ ହୋଇଯିବ। ରାକ୍ଷୀ ବାନ୍ଧିବା ପାଇଁ ଦିନ ୧ଟା ୩୨ରୁ ସଂଧ୍ୟା ୭ଟା ମଧ୍ୟରେ ସବୁଠାରୁ ଶୁଭ ମୁହୂର୍ତ୍ତ ବୋଲି କୁହାଯାଇଛି।

Share This Article