ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କଲିକତାର ମୃତ ମହିଳା ଡାକ୍ତରଙ୍କ ଉଦ୍ଦେଶରେ କ୍ୟାଣ୍ଡେଲ ଯାତ୍ରା

Odisha Hot News
1 Min Read

ଭୁବନେଶ୍ୱର: କଲିକତାର ଆରଜିକର ମେଡିକାଲ କଲେଜ ଆଣ୍ଡ ହସପିଟାଲ ର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଏକ ମହମବତୀ ଶୋଭାଯାତ୍ରା ସତ୍ୟନଗର କାଳି ମନ୍ଦିର ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ରାମ ମନ୍ଦିର ଠାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ପ୍ରସଙ୍ଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି ଯେ ପଶ୍ଚମବଙ୍ଗ ପ୍ରଶାସନ ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦିଅନ୍ତୁ ।

ପଶ୍ଚିମବଙ୍ଗରେ ମହିଳା ଅସୁରକ୍ଷିତ ରହିଥିବାର ଏହା ଜ୍ୱଳନ୍ତ ଉଦାହରଣ । ଛାତ୍ର କଂଗ୍ରେସ ପକ୍ଷରୁ ମୃତକଙ୍କ ପରିବାରକୁ ନ୍ୟାୟ ଏବଂ ଅପରାଧିକୁ ତୁରନ୍ତ ଦଣ୍ଡବିଧାନ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ୟାସିର ନୱାଜ, ରଣଜିତ ପାତ୍ର, ସନ୍ତୋଷ ଜେନା, କିରଣ ସାହୁ, ସୁଦୀପ ସାମଲ, ନିହାର ବେହେରା, ମହମ୍ମଦ ପରଭେଜ, ବିଶ୍ୱଭୂଷ୍ଣ ମହାପାତ୍ରା, ସାହାରୁଖ ଖାନ, ଅଖିଳେଶ ଯାଦବ, ଲିପିକା ପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ସମିଉଲ ହକ, କାର୍ତିକେଶ୍ୱର କାଣ୍ଡି, ନିଆଜୁଲ ଇସଲାମ, ମହମ୍ମଦ ସାମୁଇଲ ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Share This Article