ଦୁଇ ଦିନିଆ କୃଷି ମେଳା ଉଦଘାଟିତ

Odisha Hot News
1 Min Read

ନୀଳଗିରି: ନୀଳଗିରି ଡାକବଙ୍ଗଳା ପରିସରରେ ଦୁଇ ଦିନିଆ କୃଷିମେଳା ଉଦଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ମୁଖ୍ୟ ବକ୍ତାଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅତ୍ୟାଧୁନିକ ପ୍ରଣାଳୀରେ କିପରି ଚାଷ କରାଯିବ ଏନେଇ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା କୃଷି ଅଧିକାରୀଙ୍କ ସମେତ ବ୍ଲକ କୃଷି ଅଧିକାରୀ ଉପସ୍ଥିତ କୃଷକ ମାନଙ୍କୁ ସରକାର କୃଷି ପ୍ରତ୍ସାହନ ପାଇଁ ବିଭିନ୍ନ ଯୋଜନାରେ ସାମିଲ ହୋଇ ସବସିଡି ଜରିଆରେ ବିଭିନ୍ନ ଯନ୍ତ୍ରପାତି ନେଇ ଉନ୍ନତ ମାନର ଚାଷ କରିବାକୁ ଆହ୍ୱାନ ଦେଇଥିଲେ। ପରେ ସଫଳ ଚାଷୀଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏପରିକି ବିଭିନ୍ନ କୃଷି ଯନ୍ତ୍ରପାତିକୁ ନିଜେ ଚଳାଇ କୃଷିମନ୍ତ୍ରୀ କୃଷକଙ୍କୁ ପ୍ରତ୍ସାହନ ଦେଇଥିବା ଜଣାଯାଇଛି।

Share This Article