ରାଜ୍ୟ ସରକାରଙ୍କ ବଡ ଘୋଷଣା: ପୂର୍ବ ଭଳି ହିତାଧିକାରୀଙ୍କୁ ମିଳିବ ଗହମ

Odisha Hot News
1 Min Read

ଭୁବନେଶ଼୍ବର: ଆଜି ରାସନକାର୍ଡ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ପୁଣିଥରେ ରାଜ୍ୟ ସରକାର ଗହମ ଯୋଗାଇଦେବେ। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ମନ୍ତ୍ରୀ ଦାବି କରିଛନ୍ତି। ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏହି ଦାବି କରାଯାଇଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ବିଜେଡି ସରକରା ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ ବୋଲି ସେ ପ୍ରତିକ୍ରିୟାରେ କହିବା ସହ ପୁଣିଥରେ ପୂର୍ବଭଳି ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ଦାବି କରିଛନ୍ତି।

Share This Article