ସିବିସି ପକ୍ଷରୁ ବୋଲଗଡ଼ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

Odisha Hot News
1 Min Read

ଭୁବନେଶ୍ୱରକେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭୁବନେଶ୍ବର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବୋଲଗଡଠାରେ ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢୀ କାର୍ଯ୍ୟକ୍ରମକୁ ଉଦଘାଟନ କରି ଦେଶ ବିଭାଜନରେ କଷ୍ଟଯନ୍ତ୍ରଣା ସହିଥିବା ଅଗଣିତ ଲୋକଙ୍କ ବଳିଦାନକୁ ମନେ ପକାଇଥିଲେ । ବାଚସ୍ପତି କହିଥିଲେ, ଭବିଷ୍ୟତରେ ଆଗକୁ ବଢ଼ିବାକୁ ହେଲେ ଅତୀତର ଦୁଃଖଦାୟକ ଓ ପ୍ରେରଣାଦାୟୀ ସ୍ମୃତିକୁ ସାଥୀରେ ନେଇ ଚାଲିବାକୁ ହେବ। ଆଜିର ଯୁବପିଢ଼ି ଅଖଣ୍ଡ ଭାରତର ବିଭାଜନ କାହାଣୀକୁ ମନେ ପକାଇ ଆଗକୁ ବଢ଼ିବ। ବିଭାଜନ ପାଇଁ କେଉଁମାନେ ଦାୟୀ ତାହା ବର୍ତ୍ତମାନର ପିଢ଼ି ଜାଣିବା ଆବଶ୍ୟକ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ।

ଅନ୍ୟ ଅତିଥିମାନେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ବହୁସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ସ୍ଥାନୀୟ ଜନସାଧାରଣ ଦେଶପ୍ରେମର ବାର୍ତ୍ତା ଦେଇଥିଲେ ଏବଂ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ପ୍ରେରିତ କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ୟୁରୋର ନିର୍ଦ୍ଦେଶକ ଡକ୍ଚର ଗିରିଶ ଚନ୍ଦ୍ର ଦାସ, କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନାଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ।

Share This Article