ବରିଷ୍ଠ ସାମ୍ବାଦିକ ତପନ ମିଶ୍ର ସମାଜ, ଗୋପାଳକୃଷ୍ଣ ମିଶ୍ର ହେଲେ ସମାଜ ଡିଜିଟାଲର ସମ୍ପାଦକ

Odisha Hot News
1 Min Read

କଟକ: ଓଡିଶାର ସର୍ବ ପୁରାତନ ଖବର କାଗଜ ସମାଜର ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ସେହି ଅନୁସାରେ ଓଡିଶାର ବରିଷ୍ଠ ସାମ୍ବାଦିକ ତପନ ମିଶ୍ର ‘ସମାଜ’ର ନୂତନ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସେ ସମାଜ ର ସମ୍ପାଦନା ବିଭାଗରେ ଦୀର୍ଘ ୩୫ ବର୍ଷ କାମ କରିବା ସହ ବାର୍ତ୍ତା ସମ୍ପାଦକ ଭାବେ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ ଲୋକସେବକ ମଣ୍ଡଳ ସଂପାଦକ ଭାବେ ନିଯୁକ୍ତ ପ୍ରଦାନ କରିଛି।

ସେହିପରି ‘ସମାଜ’ ଡିଜିଟାଲ ମିଡିଆର ସମ୍ପାଦକ ଭାବେ ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ଦୂରଦର୍ଶନର ପୂର୍ବତନ ସମାଚାର ବିଭାଗର ନିର୍ଦେଶକ ଗୋପାଳକୃଷ୍ଣ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଉଭୟ ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Share This Article