ଘୋଷଣା ହେଲା ଓଡିଶାର ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ, ଜାଣନ୍ତୁ କେବେ

Odisha Hot News
1 Min Read

ନୂଆଦିଲ୍ଲୀ: ଆଜି ଭାରତ ନିର୍ବାଚନ କମିଶନର ଓଡ଼ିଶା ସମେତ ୯ ରାଜ୍ୟରେ ଖାଲିପଡ଼ିଥିବା ୧୨ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ସେପ୍ଟେମ୍ବର ୩ ତାରିଖ ଏହି ଉପନିର୍ବାଚନ ହେବ। ଏଥିପାଇଁ ଅଗଷ୍ଟ ୧୪ରେ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ।

ଓଡ଼ିଶା ପାଇଁ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅଗଷ୍ଟ ୨୭। ଆବଶ୍ୟକ ପଡ଼ିଲେ ସେପ୍ଟେମ୍ବର ୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟଗଣତି ହୋଇ ଫଳ ପ୍ରକାଶ ପାଇବ।

ଓଡିଶାର ମମତା ମହାନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନ ଖାଲି ରହିଛି। ତେବେ ଏଥର ସଂଖ୍ୟା ଦୃଷ୍ଟିରୁ ବିଜେପି ଆସନ ସଂଖ୍ୟା ଅଧିକ ଥିବାରୁ ଏହି ଆସନ ବିଜେପି ନେବ ବୋଲି ସ୍ପଷ୍ଟ ହୋଇଛି।

Share This Article