ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର, ସାରା ଅଞ୍ଚଳରେ ଚାଞ୍ଚଲ୍ୟ

Odisha Hot News
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲୀ ଉପକଣ୍ଠ ଟେକ୍ନୋ ପାର୍କ ସାମନାରେ ଏକ ବଡ଼ ଗଛରେ ଝୁଲୁଥିବା ଅବସ୍ଥାରେ ଦୁଇ ପ୍ରେମୀ ଯୁଗଳ ଙ୍କ ଶବକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

ମୃତ ଯୁବକ ଜଣକ ଯୋଗିଆପଲୀ ଗ୍ରାମ ର ବଳିଆ ଗୌଡ଼ ବୋଲି ଜଣାପଡିଛି ଓ ଯୁବତୀ ଜଣଙ୍କ ନିକଟସ୍ଥ ଲୋଚାପଡା କୋଣାର୍କ ନଗର ର ବୋଲି ଜଣାପଡିଛି। ଉଭୟଙ୍କ ମଧ୍ୟରେ ବହୁତ ଦିନ ହେଲା ପ୍ରେମ ସମ୍ପର୍କ ରହିଥିବା ବେଳେ ପରିବାର ପକ୍ଷରୁ ଉଭୟଙ୍କ ବାହା ଘର ନିମନ୍ତେ ଆପତ୍ତି ହେବାରୁ ମୃତ ପ୍ରେମୀ ଯୁଗଳ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।

Share This Article