ପୋଲାଭରମ ଗସ୍ତରେ ଯିବେ ବିଜେଡିର ଏକ ଟିମ, ସୁପ୍ରମୋଙ୍କୁ ଦେବେ ରିପୋର୍ଟ

Odisha Hot News
1 Min Read

ଭୁବନେଶ୍ବର: କେନ୍ଦ୍ରସରକାର ପୋଲାଭରମ ନିର୍ମାଣ ପାଇଁ ବ୍ୟବରାଦ କରିବା ପରେ ବର୍ତ୍ତମାନ ଓଡିଶାର ଚିନ୍ତା ବଢିଯାଇଛି। ଏହା ଦ୍ବାରା ଓଡିଶାର ବହୁ କ୍ଷତି ହେବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବ ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ପୂର୍ବରୁ ଓଡିଶା ଆନ୍ଧ୍ର ବିବାଦ ଚାଲିଥିବା ବେଳେ ବର୍ତ୍ତମାନ କେନ୍ଦ୍ରର ବଜେଟ ଏହାକୁ ଆହୁରି ବିବାଦୀୟ କରିଦେଇଛି।

ଏହାକୁ ନେଇ ବିଜେଡି ବର୍ତ୍ତମାନ ରାସ୍ତାକୁ ଓହ୍ଲାଇବ ବୋଲି ଜଣାପଡିଛି। ତେବେ ଏହି ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡିଶାର କଣ କ୍ଷତି ହେବ ତାହାର ଆକଳନ ପାଇଁ ବିଜେଡିର ଏକ ଟିମ ମାଲକାନଗିରିର ମୋଟୁ ଅଞ୍ଚଳ ପରିଦର୍ଶନ କରିବେ। ଏହି ଟିମ ଆସନ୍ତାକାଲି ବୁଧବାର ଦିନ ସେଠାକୁ ଯିବେ ବୋଲି ଜଣାପଡିଛି।

ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ଟିମ ଗଠନ କରାଯାଇଛି। ଏଥିରେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ବିଜେଡି ନେତା ଅଛନ୍ତି। ଏମାନେ ଫେରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ।

Share This Article