ଯୁକ୍ତ ୨ ବିଜ୍ଞାନ ଛାତ୍ରୀଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ମୁଖ୍ୟ ରାସ୍ତାରେ ଅବସ୍ଥିତି ଗ୍ୟାନ ବିକାଶ ଆବାସିକ ମହାବିଦ୍ୟାଳୟରେ +୨ ବିଜ୍ଞାନ ଶ୍ରେଣୀ ରେ ଅଧ୍ୟୟନରତ ସ୍ବୀତି ପ୍ରଧାନ ନାମ୍ନୀ ଜଣେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଆତ୍ମହତ୍ୟା କରିଥିବା ଗୃହରେ ୨୭ ଜଣ ଛାତ୍ରୀ ରହୁଛନ୍ତି। ଗତକାଲି ରାତିରେ ସମସ୍ତ ଛାତ୍ରୀ ଖାଇବାକୁ ଯାଇଥିଲେ। କିନ୍ତୁ ସ୍ଵୀତି ଖାଇବାକୁ ନଯାଇ ଜଣେ ସାଙ୍ଗକୁ ଖାଇବାକୁ ଆଣିବାକୁ କହିଥିଲା ଓ ତା ସାଙ୍ଗ ଖାଇବାକୁ ଆଣି ଦେଖିଲା ରୁମ୍ ଭିତରେ କବାଟ ବନ୍ଦ ଅଛି। ସଙ୍ଗେ ସଙ୍ଗେ ୱାଡେନ୍ କୁ ଖବର କରିବାରୁ ସେ ଆସି କବାଟ ଭାଙ୍ଗି ଦେଖିଲେ ଯେ, ଉକ୍ତ ଛାତ୍ରୀ ସିଲିଂ ଫ୍ୟାନ ରେ ଦଉଡ଼ି ସାହାଯ୍ୟରେ ଝୁଲୁଛି।

ବିଦ୍ୟାଳୟ ପକ୍ଷରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ରୀଙ୍କ ପରିବାର ଲୋକେ ସୁଦୁର ସୁରତରେ ରହୁଛନ୍ତି। ସେମାନେ ଆସିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି।

Share This Article