ରାଜ୍ୟସଭା ସାଂସଦ ସହ ବିଜେଡିରୁ ଇସ୍ତଫା ଦେଲେ ମମତା ମହାନ୍ତ

Odisha Hot News
1 Min Read

ଭୁବନେଶ୍ଵର: ରାଜ୍ୟସଭା ସାଂସଦ ସହ ବିଜେଡିରୁ ମଧ୍ୟ ମମତା ମହାନ୍ତ ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ଇସ୍ତଫା ପତ୍ର ସହ ଲେଖିଛନ୍ତି ଯେ, ‘ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ। ମୁଁ ଯେହେତୁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ। ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲି।

ଏହାପୂର୍ବରୁ ରାଜ୍ୟସଭାରୁ ମମତା ଇସ୍ତଫା ଦେଇଥିବା ରାଜ୍ୟସଭା ଅଧ୍ୟକ୍ଷ ସୂଚନା ଦେଇଥିଲେ। ସେ ୨୦୨୦ରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ।

Share This Article