ଢ଼ିଙ୍କିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି

Odisha Hot News
1 Min Read

ଜଗତସିଂହପୁର/କୁଜଙ୍ଗ: ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ସଭ୍ୟ/ସଭ୍ୟା ନିର୍ବାଚନ କରିବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି। ଏନେଇ ଓଡ଼ିଶା ନିର୍ବାଚନ ଆୟୋଗ, ପଂଚାୟତରାଜ ବିଭାଗ ସଚିବ, ଜିଲ୍ଲାପାଳଙ୍କୁ ୫ଶହରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ୨୦୧୯ ମସିହା ଜୁଲାଇ ମାସରେ ଢ଼ିଙ୍କିଆରେ ପଞ୍ଚାୟତ ନିର୍ବାଚନ କରାଯାଇଥିଲା। ଜୁଲାଇ ୧୪ ତାରିଖରେ ସରପଞ୍ଚ ଓ ୱାର୍ଡ ସଭ୍ୟ ତାଙ୍କର ଦାୟିତ୍ବ ଗ୍ରହଣ କରିଥିଲେ। ଫଳରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଅବଧି ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରତିନିଧି ନିର୍ବାଚନ ପକ୍ରୀୟା କରାଗଲାନାହିଁ। ଯାହା ଫଳରେ ପଞ୍ଚାୟତବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ତୁରନ୍ତ ନିର୍ବାଚନ କରିବାକୁ ସେମାନେ ଜଗତସିଂହପୁର ଜିଲ୍ଲାପାଳ, ଓଡ଼ିଶା ନିର୍ବାଚନ ଆୟୋଗ ଓ ପଂଚାୟତରାଜ ବିଭାଗ ସଚିବ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା କଥା। ମାତ୍ର ରାଜ୍ୟ ସରକାର ଠିକ ସମୟରେ ନିର୍ବାଚନ ନକରି ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛନ୍ତି ବୋଲି ସମିତି ସଭ୍ୟା ମିତାଲି ଭୋଇ, ମାଗୁ ଚରଣ ନାୟକ, ସୁରେନ୍ଦ୍ର ରାଉତ, ହୃଦାନନ୍ଦ ରାଉତ, ଦିଲ୍ଲୀପ ଦାସ, ପ୍ରଦୀପ ଶତପଥି, ରଘୁନାଥ ରାଉତ,ପ୍ରକାଶ ଦାସ, ଆଲୋକ ସ୍ୱାଇଁ , ଚବିନ୍ଦ୍ର ଓଝା, ନିତ୍ୟାନନ୍ଦ ସାହୁ, ପବିତ୍ର ପରିଡ଼ା, କ୍ଷୀରୋଦ ସେଠୀ, ମାନସ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି।

Share This Article