ଭବାନୀ ଶଙ୍କର ଭୋଇ ହେବେ ନୂଆ ଉପବାଚସ୍ପତି, ଦାଖଲ କଲେ ନାମାଙ୍କନ ପତ୍ର

Odisha Hot News
0 Min Read

ଭୁବନେଶ୍ବର: ଓଡିଶା ବିଧାନସଭାର ନୂଆ ଉପବାଚସ୍ପତି ହେବେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ। ଆଜି ଏ ନେଇ ବିଜେପି ତରଫରୁ ସୂଚନା ଦିଆଯାଇଛି। ଏଥିସହିତ ସେ ବିଧାନସଭା ପରିସରରେ ଥିବା ସଚିବାଳୟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଭବାନୀ ଶଙ୍କର ହିଁ ହେବେ ପରବର୍ତ୍ତି ଉପବାଚସ୍ପତି।

ତଳସରାରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଭବାନୀ ଶଙ୍କର। ସେ ଗତ 2019 ରେ ପ୍ରଥମେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଗତ ନିର୍ବାଚନରେ ମଧ୍ୟ ବିଜୟଲାଭ କରିଛନ୍ତି।

Share This Article