ଶେଷରେ କଂଗ୍ରେସ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡାଙ୍କ ଉପରୁ ହଟିଲା ନିଲମ୍ବନ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ବହୁ ବିବାଦ ପରେ କଂଗ୍ରେସ ନେତ୍ରୀ ଶ୍ରୀୟାସ୍ମିତା ପଣ୍ଡାଙ୍କ ଉପରୁ ନିଲମ୍ବନ ହଟିଛି। ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଶୃଙ୍ଖଳା କମିଟର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଶ୍ରୀୟାସ୍ଣିତାଙ୍କୁ ବଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରାଯାଇଥିଲା। ଏହାପରେ ସେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଥିଲେ। ଶରତ ପଟ୍ଟନାୟକଙ୍କ ବାଟ ଓଗାଳି ପ୍ରତିବାଦ କରିଥିଲେ। ହେଲେ ଗତକାଲି ଶରତ ପଟ୍ଟନାୟକ ତାଙ୍କ ଦାବୀଙ୍କୁ ଶୁଣି ଖୁବ ଶିଘ୍ର ନିଲମ୍ବନ ହଟିବ ବୋଲି କହିଥିଲେ। ଏହାପରେ ଆଜି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି।

Share This Article