ଆଜି ବାହାରକୁ ବାହାରିବ ଭିତର ରତ୍ନ ଭଣ୍ଡାରର ଅଳଙ୍କାର, ଜଣାପଡିବ ରହସ୍ୟ

Odisha Hot News
1 Min Read

ଭୁବନେଶ୍ବର: ଆଜି ପୁଣି ଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଆଜି ସକାଳ ୯ ଟା ୫୨ ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ବେଳା ରହିଛି। ଏହି ଭିତରେ ପୂର୍ବ କମିଟ ସଦସ୍ୟ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନ ଭଣ୍ଡାରର ଜିନିଷ ସ୍ଥାନାନ୍ତରିତ କରିବେ। ଯେଉଁ କମିଟ ସଦସ୍ୟମାନେ ରତ୍ନଭଣ୍ଡାର ତଦାରଖ କରିବା ପାଇଁ ଯିବେ ସେମାନେ କୌଣସି ସୁନା କିମ୍ବା ଧାତୁ ଜିନିଷ ପିନ୍ଧି ଯାଇପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଯେଉଁ କମିଟ ରତ୍ନ ଭଣ୍ଡାରକୁ ଯାଇଥିଲେ ସେମାନେ ହିଁ ଆଜି ଭିତର ରତ୍ନ ଭଣ୍ଡାରକୁ ଯିବେ। ସେମାନେ, ଭିତର ରତ୍ନ ଭଣ୍ଡାରରେ ଥିବା ସିନ୍ଧୁକ ଏବଂ ଆଲମିରାରେ ଥିବା ସମସ୍ତ ଅଳଙ୍କାରଗୁଡିକୁ ଅସ୍ଥାୟୀ ସ୍ଥାନରେ ରଖାଯିବ।ଏହି ସମୟରେ ପ୍ରକୃତରେ ଭିତରେ କଣ ଜିନିଷ ରହିଛି ତାହାର ରହସ୍ୟ ଆଜି ଜଣାପଡିବ।

Share This Article