ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ଆହତ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ଥାନା ବଡକୁଡା ଗ୍ରାମରେ ପାରିବାରିକ କଳହରୁ ଦୁଇ ଭାଇଙ୍କ ମଧ୍ୟରେ ବଚସା ହେବାରୁ ସାନଭାଇର ଟାଙ୍ଗିଆ ଚୋଟରେ ବଡ ଭାଇ ଗୁରୁତର ହୋଇ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।

ପ୍ରକାଶ ଯେ, ସରକାରଙ୍କ ଠାରୁ ଆସୁଥିବା କାଳିଆ ଯୋଜନାରେ ସମସ୍ତ ଟଙ୍କା ବଡ଼ ଭାଇକୁ ନ ଦେଇ ସାନ ଭାଇ ସମସ୍ତ ଭାଗ ପାଉଥିବାରୁ ବଡ ଭାଇ ଓ ସାନ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା ଶେଷରେ ସାନ ଭାଇ ଯୁଗଳ କିଶୋର ସାହୁ ଘରୁ ଟାଙ୍ଗିଆ ଆଣି ବଡ ଭାଇ ଯୁଧିଷ୍ଠିର ସାହୁଙ୍କୁ ମୁଣ୍ଡ ଏବଂ ପିଠିରେ ଦୁଇଥର ଆକ୍ରମଣ କରିଥିଲା। ଗୁରୁତର ହୋଇ ବଡ଼ ଭାଇ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଘଟଣା ଘଟାଇ ସାନ ଭାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।

ପୋଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରୁଥିବା ବେଳେ ରେଢ଼ାଖୋଲ ଥାନାରେ ଏକ ମାମଲା ରୁଜୁ ହୋଇଛି।

Share This Article