ଭାଙ୍ଗିଲା ରତ୍ନଭଣ୍ଡାର ଯାଞ୍ଚ କମିଟ, ନୂଆ ସରକାର ଗଢିଲେ ୧୬ ଜଣିଆ ନୂଆ କମିଟ

Odisha Hot News
1 Min Read

ଭୁବନେଶ୍ବର: ରତ୍ନଭଣ୍ଡାର ଯାଞ୍ଚ ପାଇଁ ବିଜେଡି ସରକାର ଗଠନ କରିଥିବା କମିଟ ଭାଙ୍ଗି ଦିଆଯାଇଛି। ଏହି କମିଟର ଅଧ୍ୟକ୍ଷ ଥିଲେ ଅରଜିତ ପଶାୟତ। ଗୁରୁବାର ଦିନ ସେ ଏହି ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ପୁରୀ ଆସିଛନ୍ତି। ସେଠାରେ ସେ ରତ୍ନ ଭଣ୍ଡାର ଉପରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ତା ପୂର୍ବରୁ ନୂଆ ସରକାର ସେହି କମିଟକୁ ଭାଙ୍ଗି ଦେଇ ନୂଆ କମିଟ ଘୋଷଣା କରିଛନ୍ତି।

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟ ସରକାର ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ଅଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ। ଏଥିସହିତ ଏହି କମିଟରେ ଓଡିଶାର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ଡକ୍ଟର ସି ବି କେ ମହାନ୍ତି, ଚାର୍ଟଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ଏବଂ ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ପ୍ରମୁଖ ଅଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଏହି ନୂଆ କମିଟ ଆସନ୍ତା ୬ ତାରିଖରେ ବୈଠକ କରିବେ। ଏହି କମିଟ ରତ୍ନ ଭଣ୍ଡାର କେବେ ଖୋଲାଯିବ, କିପରି ଏହାର ରୂପରେଖ ରହିବ ସେ ନେଇ ନିଷ୍ପତି ଗ୍ରହଣ କରିବେ। ଏହି କମିଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତି ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

Share This Article