ଲୋକସେବା ଭବନରେ ବସିବା ଦିଗ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ କାରଣ

Odisha Hot News
1 Min Read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଉଛନ୍ତି ବଡ ବାସ୍ତୁ ବିଶ୍ବାସୀ। ଏ କଥା ଗତକାଲି ସେ ଲୋକସେବା ଭବନ ତୃତୀୟ ମହଲାରେ ବସିବା ପରେ ସ୍ପଷ୍ଟ ହେଲା। କାରଣ ଲୋକସେବା ଭବନର ତୃତୀୟ ମହଲାରେ ଥିବା ତାଙ୍କ ପ୍ରକୋଷ୍ଠରେ ବସିବା ଆସନ ପୂର୍ବାଭିମୁଖୀ କରାଯାଇଛି। ଏହି ପ୍ରକୋଷ୍ଠରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ 24 ବର୍ଷ ଧରି ବସିଆସୁଥିଲେ।

ନବୀନ ସେହି ପ୍ରକୋଷ୍ଠରେ ବସିବା ବେଳେ ତାଙ୍କ ଆସନ ଦକ୍ଷିଣାଭୂମିଖୀ ହୋଇ ରହିଥିଲା। ହେଲେ ମୋହନ ମାଝୀଙ୍କ ବାସ୍ତୁବିତ୍ ତାହାକୁ ପରିବର୍ତ୍ତନ କରି ପୂର୍ବାଭିମୁଖୀ କରିଛନ୍ତି। ବାସ୍ତୁବିତ ମନୋଜ ଲେଙ୍କାଙ୍କ ସୂଚନା ଅନୁସାରେ ବସୁଥିବା ଆସନ ପୂର୍ବାଭିମୁଖୀ ରହିଲେ ସେହି ବ୍ୟକ୍ତି ସବୁବେଳ ସକ୍ରିୟ ରହିବା ସହିତ ରାଜ୍ୟ କଥା ଚିନ୍ତା କରିବ। ଏଥିସହିତ ସେ ଲୋକଙ୍କ ସହିତ ମିଶିବାକୁ ଭଲ ପାଇବ ବୋଲି ଶ୍ରୀ ଲେଙ୍କା କହିଛନ୍ତି।

ନବୀନ ସେହି ପ୍ରକୋଷ୍ଠରେ ଏକ କାଠ ଚଉକିରେ ବସୁଥିବା ବେଳେ ତାଙ୍କ ଆଗରେ ମଧ୍ୟ ସେହିପରି କାଠ ଟେବୁଲ ଏବଂ ଚଉକି ପଡିଥିଲା। ତେବେ ମୋହନ ମାଝୀଙ୍କ ବାସ୍ତୁବିତ ସେସବୁକୁ ପରିବର୍ତ୍ତନ କରିଦେଇ ନୂଆ ଆସବାବପତ୍ର ପକାଇଛନ୍ତି।

Share This Article