ଏଣିକି ଭତ୍ତା ଟଙ୍କା ୩୦୦୦ କୁ ପାଇବ ବୃଦ୍ଧି, ସରକାର କରୁଛନ୍ତି ବିଚାର

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଖୁବ ଶିଘ୍ର ନୂଆ ବିଜେପି ସରକାର ବିଭିନ୍ନ ଭତ୍ତା ଟଙ୍କା ବୃଦ୍ଧି କରିବାକୁ ବିଚାର କରୁଛନ୍ତି। ଏହାକୁ ମାସିକ ୩୦୦୦ ଟଙ୍କା ବୃଦ୍ଧି କରାଯିବାକୁ ଚିନ୍ତା କରାଯାଉଛି। ଏ ସଂପର୍କରେ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ମନ୍ତ୍ରୀ କହିଛନ୍ତି ଯେ, ମାସିକ ତିନି ହଜାର ଟଙ୍କା ଭତ୍ତା ବୃଦ୍ଧି କଲେ ତାହା କେତେ ଆର୍ଥିକ ବୋଝ ପଡିବ ସେ ନେଇ ଅର୍ଥ ବିଭାଗ ସହିତ ଆଲୋଚନା କରାଯାଉଛି। ଅର୍ଥ ବିଭାଗର ଅନୁମୋଦନ ପରେ ତାହା କାର‌୍ୟ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନା ଅଧିନରେ ଭତ୍ତା ଟଙ୍କା ୧୦୦୦ ରୁ ୧୨୦୦ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି।

Share This Article