ଡ଼କାୟତ ଯୋଜନା ପଣ୍ଡ, ୪ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ବଡ ଡାକ୍ତରଖାନା ଖେଳପଡିଆରେ ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୈଦ୍ୟନାଥ ପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୪ ଯୁବକଙ୍କୁ ଧରିବା ସହ ଖଣ୍ଡା, କାତି, ମାଉଜର ସମେତ ମୋବାଇଲ ଫୋନ ଜବତ କରିଛି।

ଯୋଜନାରେ ସଂଶ୍ଳିଷ୍ଟ ଯୁବକମାନେ ହେଲେ ଶୁଭମ୍ ପାଣିଗ୍ରାହୀ, ସାଗର ପାଣିଗ୍ରାହୀ, ରମେଶ ଚନ୍ଦ୍ର ରଥ ଓରାଜ ମାଲହୋତ୍ରା ବୋଲି ଜଣାପଡିଛି। ପୋଲିସ ଉକ୍ତ ଅଭିଯୁକ୍ତମାନଙ୍କୁ ଜେରା କରିବା ବେଳେ ସହରର କୁଖ୍ୟାତ ଅପରାଧି ସନ୍ଦୀପ ସାହୁର ନେତୃତ୍ୱରେ ଏହି ଭଳି କାର୍ଯ୍ୟରେ ସଂଶ୍ଳିଷ୍ଟ ବୋଲି ସେମାନେ କହିଥିଲେ।

ସୁଚନା ଅନୁଯାୟୀ ଜଣାପଡିଛି ଯେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ତତକ୍ଷଣାତ୍ ଚଢ଼ାଉ କରିବା ବେଳେ କିଛି ଯୁବକ ଘଟଣାସ୍ଥଳରୁ ଛତ୍ରଭଙ୍ଗ ହୋଇଯାଇଥିଲେ। ତଥାପି ଅନୁସନ୍ଧାନ ଚାଲିଛି ବୋଲି ଅତିରିକ୍ତ ପୋଲିସ ଅଧ୍ୟକ୍ଷ ଙ୍କ ଠାରୁ ପ୍ରକାଶ।

Share This Article