କେନ୍ଦ୍ରକୁ ଯିବା ପାଇଁ ଅନୁ ଗର୍ଗଙ୍କ ଫିଟିଲା ବାଟ, ନିଯୁକ୍ତି କ୍ୟାବିନେଟ କମିଟ ଦେଲେ ଅନୁମୋଦନ

Odisha Hot News
1 Min Read

ଭୁବନେଶ୍ବର: ଓଡିଶା ସରକାରଙ୍କ ବରିଷ୍ଠ ଆଇଏଏସ ଅଧିକାରୀ ତଥା ଉନ୍ନୟନ କମିଶନର ଅନୁ ଗର୍ଗ କେନ୍ଦ୍ରକୁ ଯିବେ। ଆଜି ଏ ନେଇ କେନ୍ଦ୍ରୀୟ ନିଯୁକ୍ତି କ୍ୟାବିନେଟ କମିଟ ଅନୁମୋଦନ କରିଛନ୍ତି। ଫଳରେ ସେ କେନ୍ଦ୍ର ସରକାରଙ୍କ କୌଣସି ବିଭାଗର ସଚିବ କିମ୍ବା ସେହି ପ୍ୟାହାର ପଦବୀରେ ନିଯୁକ୍ତ ହେବେ।

1991 ବ୍ୟାଚ ଆଇଏଏସ ଅନୁ ଗର୍ଗ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ସେ ରାଜ୍ୟର ମୁଖ୍ୟ ସଚିବ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ କେନ୍ଦ୍ର ଡେପୁଟେସନରେ ଥିବା ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।

Share This Article