ଅଖିଳ ଭାରତୀୟ ଅଘ୍ରିଆ ସମାଜର ପ୍ରତିନିଧିଙ୍କୁ ଜାଗା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର: ଅଖିଳ ଭାରତୀୟ ଅଘ୍ରିଆ ସମାଜର ପ୍ରତିନିଧି ମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।

ସେମାନେ କହିଥିଲେ ଯେ ତାଙ୍କ ସମାଜର ବିଭିନ୍ନ କର୍ମ କର୍ତ୍ତା ଓ ବ୍ୟକ୍ତି ବିଶେଷ ଅନେକ କାମରେ ରାଜଧାନୀକୁ ଆସିଥାନ୍ତି। ଏଥିପାଇଁ ସେମାନଙ୍କୁ ଭୁବନେଶ୍ବରରେ ଏକ ଜାଗା ଆବଶ୍ୟକ । ପୂର୍ବ ସରକାର ଏଥିପାଇଁ ବ୍ୟବସ୍ଥା କରିଥିବା ବିଷୟରେ କହିଥିଲେ ମଧ୍ୟ ସେମାନେ କୌଣସି ଜାଗା ପାଇ ନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଏଥିପାଇଁ ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ସମସ୍ୟା ବିଷୟରେ ଅନୁଧ୍ୟାନ କରାଯାଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଆଶ୍ଵାସନା ପାଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ୍ ଦେବା ସହିତ କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଆଲୋଚନାରେ ଅଘ୍ରିଆ ସମାଜ ପକ୍ଷରୁ ପ୍ରାୟ ୫୦ ରୁ ଅଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ। ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଆଦି ବିଭିନ୍ନ ଜିଲ୍ଲାରୁ ପ୍ରତିନିଧି ମାନେ ଆସିଥିଲେ।

Share This Article