ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଏବେ ଏଟିଏମ ରୁ ମିଳିବ ଚାଉଳ, ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ସୁବିଧା

Odisha Hot News
1 Min Read

ଭୁବନେଶ୍ଵର: ରାସନ ହିତାଧିକାରୀଙ୍କ ପାଇଁ ମୋହନ ସରକାର ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଟିମ ରୁ ଏବେ ରାସନକାର୍ଡ ହିତାଧିକାରୀମାନେ ଚାଉଳ ସଂଗ୍ରହ କରିପାରିବେ। ସେଥିପାଇଁ ସମସ୍ତ ହିତାଧିକାରୀଙ୍କୁ ଏକ କାର୍ଡ ଯୋଗାଇ ଦିଆଯିବ। ଉକ୍ତ କାର୍ଡ ମାଧ୍ୟମରେ ହିତାଧିକାରୀମାନେ ସେମାନଙ୍କର ମାସିକିଆ ଚାଉଳ ଏଟିଏମରୁ ସଂଗ୍ରହ କରିପାରିବେ। ହିତାଧିକାରୀମାନେ ମେସିନରେ କାର୍ଡ ଭର୍ତ୍ତି କଲେ ଚାଉଳ ବାହାରିବ।

ତେବେ ଏହି ବ୍ୟବସ୍ଥା ପ୍ରଥମେ ଭୁବନେଶ୍ବରରୁ ଆରମ୍ଭ କରାଯିବ। ଆଗାମୀ ସପ୍ତାହକ ମଧ୍ୟରେ ଏହି ବ୍ୟବସ୍ଥା ଭୁବନେଶ୍ବରରେ ଆରମ୍ଭ ହେବ। ଏବଂ ପରେ ପରେ ଏହା ସବୁ ଜିଲ୍ଲା ପାଇଁ ବ୍ୟବସ୍ଥା କରାଯିବ। ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି।

Share This Article