ନିଖୋଜ ଶିଶୁମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ: ରାଜ୍ୟ ବାହାରୁ ୩୩୪ ଶିଶୁ ଉଦ୍ଧାର

Odisha Hot News
1 Min Read

ଭୁବନେଶ୍ଵର: ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଭୁବନେଶ୍ବର ତରଫରୁ ଆମ ରାଜ୍ୟରେ ଆଜି ପର୍ଯନ୍ତ ନିଖୋଜ ଥିବା ଶିଶୁ ମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ଵତନ୍ତ୍ର ଅଭିଯାନ ଗତ ନଭେମ୍ବର ୧୮ ରୁ ୨୩ ତାରିଖ ପର୍ଯନ୍ତ ଆୟୋଜନ କରାଯାଇଥିଲା। ଉକ୍ତ ସମୟ ମଧ୍ୟ ରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ଯାହାଙ୍କ ମଧ୍ୟରେ ୩୦୬ ବାଳିକା ଓ ୨୮ ବାଳକ ଆମ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଜନଙ୍କୁ ହସ୍ତାନ୍ତର କରାଯାଇଛି।

ଉକ୍ତ ସ୍ଵତନ୍ତ୍ର ଅଭିଯାନକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବଳିଷ୍ଠ ଉଦ୍ୟମରେ ଓ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଭୁବନେଶ୍ବରଙ୍କ ତତ୍ୱାବଧାନରେ ସମାପନ କରାଯାଇଅଛି। ସମଗ୍ର ରାଜ୍ୟରେ ଭଦ୍ରକ ଜିଲ୍ଲା ପୁଲିସ ସର୍ବମୋଟ ୬୫ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ସର୍ବୋତ୍କୃଷ୍ଟ ଜିଲ୍ଲାର ମାନ୍ୟତା ହାସଲ କରିଛି।

Share This Article