ଭୁବନେଶ୍ୱର: ଆଜି ନବୀନ ନିବାସରେ ମୁଖୂମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦ ଦଳ ବୈଠକ ବସିଥିଲା । ତେବେ ଆସନ୍ତା ୧୧ ତାରିଖରେ ସଂସଦରେ ବସିବ ଶୀତ ଅଧିବେସନ । ସେପଟେ କେନ୍ଦ୍ରସରକାର ଟାର୍ଗେଟ କରିବାକୁ ଯାଇ ବିଜେଡି ପ୍ରସ୍ତୁତ କରିଛି ବ୍ଳୁ-ପ୍ରିଣ୍ଟ । ଅନ୍ୟପଟେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଙ୍କଳ୍ପ ଆଣିଥିଲେ । ଯାହାକୁ ଦାୟିତ୍ୱର ସହ ତୁଲାଇବାକୁ ଆଗେଇ ଆସିଛନ୍ତି ବିଜେଡି । ତେବେ ନବୀନ ମହିଳାମାନଙ୍କ ପାଇଁ ସଂରକ୍ଷଣ ଆଣିବାକୁ ପୂର୍ବରୁ ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ତେବେ ଏହି ଦାବିକୁ ସଂସଦରେ ମୁଦ୍ଦା କରିବ ବୋଲି ବୈଠକରେ ନିଷ୍ପତି ହୋଇଛି । ସେହିଭଳି ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଭଳି ଦୀର୍ଘ ଦିନର ଦାବିକୁ ନେଇ ସଂସଦରେ ଉପସ୍ଥାପନ କରିବ ବିଜେଡ଼ି ।
ଏହାବ୍ୟତିତ ବିଜେଡି ରାଜ୍ୟରେ ଚାଷୀ ସମସ୍ୟା, ପୋଲାଭରମ, ମହାନଦୀ, ଏବଂ ଏସସିଏସଟି ଛାତ୍ରଛାତ୍ରୀଙ୍କ ଭତ୍ତା ଅନୁଦାନ ହ୍ରାସ ପ୍ରସଙ୍ଗ ନେଇ ସଂସଦରେ ଦାବି କରିବେ ।ଅନ୍ୟପଟେ ସାଂସଦ ପ୍ରତାପ ଦେବ କହିଛନ୍ତି , ତିତଲୀ ବିପର୍ୟ୍ୟୟରେ କେନ୍ଦ୍ରୀୟ ସହାୟତା ନମିଳିବା ପ୍ରସଙ୍ଗ ମଧ୍ୟ ଉପସ୍ଥାପିତ କରାଯିବ ।
ଆଜି ବସିଥିଲା ବିଜେଡି ସଂସଦ ଦଳ ବୈଠକ , ନିଷ୍ପତ୍ତି ହେଲା ସଂସଦରେ ଉଠିବ ରାଜ୍ୟରେ ଚାଷୀ ସମସ୍ୟା, ପାହ୍ୟା ,ଏସସିଏସଟି ଛାତ୍ରଛାତ୍ରୀଙ୍କ ଭତ୍ତା ଅନୁଦାନ ହ୍ରାସ ପ୍ରସଙ୍ଗ !

Leave a comment
Leave a comment