ଆୟୁଷ ଛାତ୍ର ସଂସଦ ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା

Odisha Hot News
1 Min Read

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା ମୁକେଶ ମହଲିଙ୍ଗଙ୍କୁ ରାଜ୍ୟ ଆୟୁଷ ଛାତ୍ର ସଂସଦ ପକ୍ଷରୁ ସଭାପତି ଡା ଶୁଭେନ୍ଦୁ କୁମାର ସାହୁ, ଉପସଭାପତି ଡା ନାଚିକେତ ଗୁପ୍ତା, ମିଡିଆ ପରାମର୍ଶ ଦାତା ଡା ସୌରଭ ମହାରଣା ଡା ବିଭୁନନ୍ଦ କର୍ମୀ କୋଡ଼ିନେଟର ପ୍ରମୁଖ ପ୍ରତିନିଧିମାନେ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରି କୃତଜ୍ଞତା ପତ୍ର ଓ ଫୁଲତୋଡା ପ୍ରଦାନ କରିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଆୟୁଷ ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ ସମୟରେ ସମସ୍ତ ଦାବୀ ଗୁଡ଼ିକ ଉପରେ ସଚେତନ ଅଛନ୍ତି ବୋଲି ସୂଚନା ଦେବା ସହ ତାଙ୍କ ସରକାର ଆୟୁଷ ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ବୋଲି ସୂଚନା ଦେଇଥିଲେ।

ଆସନ୍ତା ଜୁଲାଇ ଏକ ତାରିଖରେ ଭୁବନେଶ୍ୱର ସ୍ଥିତ ଡା ଅଭିର୍ଣ୍ଣ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଡା ମୁକେଶ ମହଲିଙ୍ଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share This Article