ଆଜି ପହିଲି ରଜ, ଗାଁଗଣ୍ଡାରେ ଯୁବତୀମାନଙ୍କ ମଧ୍ୟରେ ବେଶ ଉତ୍ସାହ

Odisha Hot News
1 Min Read

ଭୁବନେଶ୍ବର: ଆଜି ସାରା ଓଡିଶାରେ ବେଶ ଧୂମଧାମରେ ପାଳିତ ହେଉଛି ରଜ। ରଜଗୀତ ବୋଲି ଦୋଳିରେ ଝୁଲି ଝିଅମାନେ ଏହି ଉତ୍ସବକୁ ବେଶ୍ ଆନନ୍ଦର ସହ ପାଳନ କରନ୍ତି। ମୁଖ୍ୟତଃ ତିନିଦିନ ଧରି ଏହି ରଜ ଉତ୍ସବ ପାଳିତ ହୋଇଥାଏ।

ପ୍ରଥମେ ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଶେଷ ରଜ। ପହିଲି ରଜରେ ସକାଳୁ ସକାଳୁ ଗାଁ ଗଣ୍ଡାରେ ଦୋଳି ବାନ୍ଧି ଝିଅମାନେ ଏହି ଉତ୍ସବ ଆରମ୍ଭ କରିଦେଇଛନ୍ତି। ଗୋଡରେ ଅଳତା ଲଗାଇ ଦୋଳିରେ ଝୁଲିବାରେ ଲାଗିଛନ୍ତି।

ଏହି ଉତ୍ସବର ଏକ ମୁଖ୍ୟ ଖାଦ୍ୟ ହେଲା ପୋଡପିଠା। ଚାଉଳ ଚୂନାରେ ପ୍ରସ୍ତୁତ ଏହି ପିଠା ବେଶ୍ ସୁସ୍ବାଦ। ଗାଁ ର ଏହି ଉତ୍ସବକୁ ସହରରେ ପାଳନ ପାଇଁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି।

ସହରର ବିଭିନ୍ନ ପ୍ରେକ୍ଷାଳୟରେ ରଜପିଠା ପ୍ରତିଯୋଗୀତା, ହୁଳହୁଳି ପ୍ରତିଯୋଗୀତା ସହିତ ପୁଚି ଖେଳର ମଧ୍ୟ ଆୟୋଜନ କରାଯାଇଛି। ତିନିଦିନ ଧରି ଏହି ଉତ୍ସବ ପାଳିତ ହେବ।

Share This Article