ନବୀନଙ୍କୁ ସାକ୍ଷାତ କଲେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶପଥ ଗ୍ରହଣକୁ ଯିବା ପାଇଁ ଦେଲେ ନିମନ୍ତ୍ରଣ

Odisha Hot News
1 Min Read

ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସେ କରାକେଡରେ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇ ଫୁଲତୋଡା ଦିଆଯାଇଥିଲା। ଏହାପରେ ମୋହନ ମାଝୀ ନବୀନଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ।

ଏହାପରେ ନବୀନ ନିବାସ ବାହାରକୁ ଆସି ମୋହନ ମାଝୀ ଗଣମାଧ୍ୟମକୁ କହିଥିଲେ ଯେ, ନବୀନବାବୁଙ୍କୁ ଆଜି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିବାକୁ ଆସିଥିଲି। ତାଙ୍କୁ ଅନୁରୋଧ କରିଥିଲି। ସେ ମଧ୍ୟ ଆଜି ଠିକ ସମୟରେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ସାକ୍ଷାତ ସମୟରେ ବିଜେଡିର କିଛି ନେତା ନବୀନ ନିବାସରେ ଥିଲେ।

Share This Article