Breaking News: ଘୋଷଣା ହେଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ, ଦୁଇ ଜଣ ଉପମୁଖ୍ୟମନ୍ତୀ

Odisha Hot News
1 Min Read

ଭୁବନେଶ୍ବର: ଘୋଷଣା ହେଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି। ସେହି ଅନୁସାରେ ମୋହନ ମାଝୀ ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ। ଏ ନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନୀଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ସେ ହେଉଛନ୍ତି କେନ୍ଦୁଝର ସଦର ବିଧାୟକ।

ସେହିପରି ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବେ ସେମାନେ ହେଲ କେ ଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ହେବେ ଉପମୁଖ୍ୟମନ୍ତ୍ରୀ। ଆଜି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥସିଂ ଘୋଷଣା କରିଛନ୍ତି।

ଆସନ୍ତାକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝି। ଭୁବନେଶ୍ବରର ଜନତା ମଇଦାନରେ ଏହି ଶପଥ ପାଠ ଉତ୍ସବ ଆୟୋଜିତ ହେବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଏଥିସହିତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘଦିନ ଧରି ଚାଲିରହିଛିବା ସସପେନସର ଆଜି ଶେଷ ହୋଇଛି।

Share This Article