ଶ୍ରୀମନ୍ଦିରରେ ପୁଣି ଲାଗିଲା ଲେଜର ଲାଇଟ: ୩ ଦିନ ହେଲା ବନ୍ଦ ଥିଲା ଆଲୋକିକରଣ

Odisha Hot News
1 Min Read

ପୁରୀ: ଶ୍ରୀମନ୍ଦିରରେ ପୁଣିଥରେ ଲେଜର ଲାଇଟ ଲଗାଯାଉଛି। ଗତ ୩ ଦିନ ହେଲା ଏହି ଲାଇଟ ବନ୍ଦ ହୋଇଥିଲା। ଶ୍ରୀମନ୍ଦିରରେ ଆଲୋକିକରଣ ବନ୍ଦ ହେବା କାରଣରୁ ସେବାୟତଙ୍କଠାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଥିଲା।

ତେବେ ଯେଉଁ ସଂସ୍ଥା ଏହି ଲାଇଟକୁ ସେଠାରୁ କାଢିନେଇଥିଲା, ସେହି ସଂସ୍ଥା ପୁଣିଥରେ ସେଠାରେ ଆଲୋକିକରଣ କରୁଛି। ଉଚ୍ଚ କ୍ଷମତା ସମ୍ପନ୍ନ ଲେଜର ଲାଇଟ ଲଗାଯାଉଥିବା ଜଣାପଡିଛି। ତେବେ ଏହାକୁ ନେଇ ତଦନ୍ତ କରାଯିବ ବୋଲି ଜଣାପଡିଛି। ସେଠାରୁ କାହିଁକି ଏବଂ କାହା ନିର୍ଦ୍ଦେଶରେ ଲାଇଟ କଢାଯାଇଥିଲା, ତାହା ଉପରେ ତଦନ୍ତ କରାଯିବ ବୋଲି ସୂଚନା ରହିଛି।

ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢି ସେଠାରେ ଥିବା ବେଳେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Share This Article