ବାଲୁଗାଁ ଷ୍ଟେସନରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ: ୩ ଗିରଫ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବାଲୁଗାଁ ଆରପିଏଫ ଷ୍ଟେସନରେ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାଲୁଗାଁ ରେଳ ଷ୍ଟେସନରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଚାରି ଗୋଟି ବ୍ୟାଗ ଜବତ ହୋଇଥିଲା, ଯେଉଁଥିରୁ ୮୦ କେଜି ଗଞ୍ଜେଇ ଜବତ ହୋଇଥିଲା।

ଗିରଫ ୩ ଅଭିଯୁକ୍ତ ମାନେ ହେଲେ ବାଣପୁର ଥାନା ଅଞ୍ଚଳର ପ୍ରଶାନ୍ତ ପରିଡ଼ା (୨୩), ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ଭଗବାନ ସେଠି (୨୦) ଏବଂ କୋଦଳା ଥାନା ଅଞ୍ଚଳର ନାରାୟଣ ପ୍ରଧାନ (୨୩)।

ଉକ୍ତ ଅଭିଯୁକ୍ତ ମାନେ ଏହି ଗଞ୍ଜେଇ ଗୁଡ଼ିଲ କୋଣାର୍କ ଏକ୍ସପ୍ରେସ ଯୋଗେ ସିକନ୍ଦରାବାଦ ଚାଲାଣ କରିବାପାଇଁ ଯୋଜନା କରିଥିବାର ଜଣାପଡିଛି।

Share This Article