ଚିଲିକାରେ କିଏ ଜିତିବ ? ବିଜେଡି ବିଜେପି ଶିବିରରେ ଅସମ୍ଭବ ନିରବତା

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ଗଣତି ହେବ ଭୋଟ। ଏଥିରେ କିଏ ଜିତିବ କିଏ ହାରିବ ସ୍ପଷ୍ଟ ହେବ। ହେଲେ ତା ପୂର୍ବରୁ ବିଜେଡି ଓ ବିଜେପି କର୍ମିଙ୍କ ମଧ୍ୟରେ ଏକ ଆତଙ୍କ ଖେଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେମାନେ ଯେଉଁ ପରିଶ୍ରମ ଏବଂ ଜାନ ଲଗାଇ ଲଢେଇ କରିଛନ୍ତି ସେହି ପ୍ରାର୍ଥୀ ଜିତିବ କି ନାହିଁ ତାହାକୁ ଅପେକ୍ଷା କରି ରହିଛନ୍ତି।

ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଛି। ଅନ୍ୟାନ୍ୟ ସ୍ଥାନରେ କେଉଁ ପ୍ରାର୍ଥୀ ଜିତିବ ସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ଚିଲିକାରେ କିଏ ଜିତିବ ତାହା ଜଣାପଡୁ ନାହିଁ। କାରଣ ଚିଲିକାରେ ବର୍ତ୍ତମାନ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କ ସହିତ ବିଜେପିର ପୃଥୀରାଜ ହରିଚନ୍ଦନଙ୍କ ମଧ୍ୟରେ କଡା ଟକ୍କର ହେଉଛି।

ନିର୍ବାଚନ ଶେଷ ହେବା ପରେ ଉଭୟ ଦଳର କର୍ମିମାନେ ଖାତାକଲମ ଧରି ହିସାବ ନିକାସ କରିଥିଲେ। ତେବେ ସେହି ହିସାବରେ ଯେତେ ଯିଏ ନିଜ ଆଡକୁ ଭିଡି ନମ୍ବର ବଢାଇଲେ ମଧ୍ୟ ତାହାର ବ୍ୟବଧାନ ଅଧିକ ରହିଲା ନାହିଁ। ଫଳରେ କିଏ ଜିତିବ ସେ ନେଇ କର୍ମିମାନେ କୌଣସି ପ୍ରକାରର ଆକଳନ କେହି କରିପାରିଲେ ନାହିଁ। ଏହା ଜଣାପଡିବା ପରେ ବର୍ତ୍ତମାନ ଉଭୟ ବିଜେଡି ଓ ବିଜେପି ଶିବିରରେ ଅସମ୍ଭବ ନିରବତା ପରିଲକ୍ଷିତ ହୋଇଛି।

ତେବେ ବିଭିନ୍ନ ସଂଗଠନର ଆକଳନ ଅନୁସାରେ ଚିଲିକାରେ କଡା ଟକ୍କର ହେଉଛି ତାହା ସତକଥା। ଆଉ ସେହି ଟକ୍କର ଭିତରେ ବିଜେଡି ପଲା ଭାରୀ ରହିଛି ବୋଲି ଜଣାପଡିଛି। ସେହିପରି ଚିଲିକାରେ କଂଗ୍ରେସ ସ୍ଥିତି ପୂର୍ବରୁ ଭଲ ନ ଥିଲା, ବର୍ତ୍ତମାନ ତାହା ଆହୁରି ତଳକୁ ଖସିଯିବ ବୋଲି କୁହାଯାଇଛି।

Share This Article