ଯାଜପୁରରେ ମତଦାନ ବେଳେ ବିଏଲଓ ଙ୍କ ଦେହାନ୍ତ

Odisha Hot News
1 Min Read

ଭୁବନେଶ୍ଵର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୁଥ ନମ୍ବର -୧୫୭ର ଜଣେ ବିଏଲଓ (ବ୍ଲକ ସ୍ତରୀୟ ଅଧିକାରୀ) ଙ୍କ ଦେହାନ୍ତ ହୋଇଛି। ଜିଲ୍ଲାପାଳ ଏବଂ ଡିଏମ୍ ତଥା ଡିଇଓ ନିଖିଲ ପୱନ କଲ୍ୟାଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୃତ ଅଧିକାରୀଙ୍କ ନାମ ମନୋରଜନ ସାହୁ (୫୮), ଯିଏ ନିର୍ବାଚନ ଡ୍ୟୁଟିରେ ମୃତ୍ୟୁବରଣ କରିଛନ୍ତି।

ସୂଚନା ଅନୁଯାୟୀ ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଳେଇଚନ୍ଦନପୁରର ୧୫୭ ନମ୍ବର ବୁଥରେ ମତଦାନ ଚାଲିଥିବା ବେଳେ ମନୋରଞ୍ଜନ ଅଚେତ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ବିଞ୍ଝାରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share This Article