ଆସନ୍ତାକାଲି ନିର୍ବାଚନ, ଯାଜପୁରରେ ଆଉ ଏକ କଂପାନୀ ସିଏପିଏଫ୍ ମୁତୟନ ପାଇଁ ନିଷ୍ପତି

Odisha Hot News
1 Min Read

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ସପ୍ତମ ପର୍ଯ୍ୟାୟ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିଷ୍ପତି ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ ଯାଜପୁର ଜିଲ୍ଲାରେ ୨୦ କମ୍ପାନୀ ସିଏପିଏଫ୍ ମୁତୟନ ପାଇଁ ନିଷ୍ପତ୍ତି ହୋଇଥିଲା। ବର୍ତ୍ତମାନର ଅତିରିକ୍ତ ଏକ କମ୍ପାନୀ ସିଏପିଏଫ୍ ମୁତୟନ ପରେ ଜିଲ୍ଲାରେ ମୋଟ ୨୧ କମ୍ପାନୀ ସିଏପିଏଫ୍ ମୁତୟନ ହୋଇ ରହିବେ।

ଏହା ସହ ସାମଗ୍ରିକ ଭାବରେ ଏହି ପର୍ଯ୍ୟାୟ ପାଇଁ ମୁତୟନ ହୋଇଥିବା ସିଏପିଏଫ୍ କମ୍ପାନୀ ସଂଖ୍ୟା ୧୨୬ କୁ ବୃଦ୍ଧି ପାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି।

Share This Article