ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ଏଥର ମଧ୍ୟ ବାଜି ମାରିଲେ ଛାତ୍ରୀ

Odisha Hot News
1 Min Read

ଭୁବନେଶ୍ଵର: ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ୯୬.୦୭% ରହିଛି। ଏଥର ମଧ୍ୟ ଛାତ୍ରୀମାନେ ବାଜି ମାରିଛନ୍ତି। ଏଥର ଛାତ୍ରୀଙ୍କ ପାସ୍‌ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୩୯% ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍‌ ହାର ୯୭.୯୮% ରହିଥିବା ବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ପାସ୍‌ ହାର ୯୩.୯୧% ରହିଛି। ଛାତ୍ରୀଛାତ୍ର ବୋର୍ଡ ଓ୍ବେବ୍‌ସାଇଟ୍‌, ମୋବାଇଲ ଏସ୍‌ଏମ୍‌ଏସ୍‌ ସହ ପ୍ରଥମଥର ପାଇଁ ହ୍ବାଟ୍‌ସଆପ୍‌ ଜରିଆରେ ପରୀକ୍ଷାଫଳ ଜାଣିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୪୫୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୬୪୨୦ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ମୋଟ୍‌ ପାସ୍‌ ହାର ୫୯.୮୮% ରହିଛି। ମଧ୍ୟମାରେ ୩୨୫୨ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ପାସ୍‌ କରିଛନ୍ତି ୩୧୯୧ ଜଣ। ପାସ୍‌ ହାର ୯୮.୧୨% ରହିଛି।

ତେବେ ଆସନ୍ତା ୨୯ ତାରିଖରୁ ରିଚେକିଂ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ମଇ ୨୯ ତାରିଖରୁ ଜୁନ ୧୨ ଯାଏଁ ଛାତ୍ରଛାତ୍ରୀମାନେ ରିଚେକିଂ ପାଇଁ ଆବେଦନ କରିପାରିବେ। ଏହି ଆବେଦନ ଅନଲାଇନରେ କରାଯିବ। ସେହିଭଳି ଜୁନ ୧୦ ତାରିଖରୁ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ପଞ୍ଜୀକରଣ କରାଯିବ। ଏନେଇ ବୋର୍ଡ ଉପ-ସଭାପତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ୫,୪୧,୦୬୧ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୫,୩୦,୧୫୩ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି।

Share This Article