ପଞ୍ଜିକାରେ ତ୍ରୁଟି ପରିଲକ୍ଷିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ

Odisha Hot News
1 Min Read

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ପଞ୍ଜିକା ସମୀକରଣ ବୈଠକ ବସିଥିବା ବେଳେ ନିର୍ଭୁଲ ଓ ତ୍ରୁଟିବିହୀନ ପଞ୍ଜିକା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଅଛି। ବୈଠକରେ ୫ଗୋଟି ପଞ୍ଜିକା ପ୍ରକାଶକ ଯୋଗଦାନ କରିଥିବା ବେଳେ ଆଗାମୀ ବାର୍ଷିକ ପର୍ବପର୍ବାଣି ଅନୁମୋଦିତ କରାଯାଇଥିଲା। ତେବେ ଶ୍ରୀମନ୍ଦିରର ପ୍ରଚଳିତ ପର୍ବପର୍ବାଣି ତିଥିକୁ ନେଇ ପଞ୍ଜିକାରେ ଯେଭଳି କୌଣସି ତାରତମ୍ୟ ରହିବ ନାହିଁ ଓ ନିର୍ଭୁଲ ରହିବ ତାହା ଉପରେ ଗୁରୁତ୍ୱ ଦିଆଯିବାକୁ ଆଲୋଚନା କରାଯାଇଅଛି। ଏଥିରେ ତ୍ରୁଟି ପରିଲକ୍ଷିତ ହେଲେ ଶ୍ରୀମନ୍ଦିର ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଏକ ସବ କମିଟି ଗଠନ ହୋଇଥିବା ବେଳେ ପାଞ୍ଚୋଟି ପାଞ୍ଜିକା ସେମାନଙ୍କର ପାଣ୍ଡୁଲିପି ଦାଖଲ କରିଥିବା ଜଣାପଡିଛି।ରାଧାରମଣ, କୋହିନୁର, ଅରୁଣଦୋୟ, ଜି ଏ ନ ତ୍ରିପାଠୀ ଓ ଭାଗ୍ୟଦୀପ ପଞ୍ଜିକା ବୈଠକରେ ଯୋଗଦାନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପାଞ୍ଚଟି ପଞ୍ଜିକାକୁ ଗ୍ରହଣ କରିଥିବା ମୁଖ୍ୟ ପ୍ରଶାସକ ମତ ରଖିଥିବା ବେଳେ ସମସ୍ତ ଜନସାଧାରଣ ଏହି ପାଞ୍ଚୋଟି ପଞ୍ଜିକାକୁ ଗ୍ରହଣ କରିବାକୁ କହିଛନ୍ତି।ତେବେ ଆଜିର ବୈଠକରେ ପୂର୍ଣ୍ନାଙ୍ଗ ସହମତି ମିଳିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ।

Share This Article