ପ୍ରଶାନ୍ତ ଜଗଦ୍ଦେବ ଗିରଫ, ବୁଥ ଭିତରେ ଭଙ୍ଗାରୁଜା ଅଭିଯୋଗରେ ଗଲେ ଜେଲ

Odisha Hot News
1 Min Read

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ଗତକାଲି ସେ ବେଗୁନିଆରେ ଭୋଟ ଦେବା ବେଳେ ବୁଥ ଭିତରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି। ଫଳରେ ସେତେବେଳେ ପୋଲିସ ତାଙ୍କୁ ନିଜ ଅଧିନକୁ ନେଇ ପଚରାଉଚୁରା କରିଥିଲା। ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। ଜାମିନୀ ନାମାଞ୍ଜୁର ହେବା ପରେ ଜେଲ ଯାଇଥିବା ଜଣାପଡିଛି।

ଘଟଣାରୁ ଜଣାପଡିଛି ଯେ, ଗତକାଲି ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ପ୍ରଶାନ୍ତ ଭୋଟ ଦେଉଥିଲେ। ଏହି ସମୟରେ ତାଙ୍କ ସହିତ ସେଠାରେ ଭୋଟ ଦେବାକୁ ଥିବା ଲୋକଙ୍କ ସହିତ ଝଗଡା ହେଲା। ଏହାପରେ ପ୍ରଶାନ୍ତ କୁଆଡେ ବୁଥ ଭିତରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାପରେ ସେଠାରେ ତୁମୁଳ କାଣ୍ଡ ହେବା ପରେ ପୋଲିସ ପ୍ରଶାନ୍ତଙ୍କୁ ନିଜ ହେପାଜତକୁ ନେଇ ଆସି ପରେ ଗିରଫ କରିଛି।

Share This Article