ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ରଂଞ୍ଜନ ଦାଶ, ପ୍ରଭାତୀଙ୍କୁ ଜିତାଇବା ପାଇଁ ନେଲେ ନିଷ୍ପତି

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ। ବହୁ ଭାବି ଚିନ୍ତି ସେ ଆଜି ସକାଳେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ ସେ ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସଭାପତି ମନମୋହନ ସାମଲ ଦଳରେ ସାମିଲ କରାଇଥିଲେ। ଏହି ସମୟରେ ନିମାପଡା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ।

ତିନିଥର ବିଧାୟକ ଥିବା ସମୀର ରଂଜନ ଦାଶଙ୍କୁ ଏଥର ବିଜେଡି ଟିକେଟ ଦେଇ ନ ଥିଲା। ତାଙ୍କ ବଦଳରେ ବିଜେପିରୁ ଆସି ବିଜେଡିରେ ମିଶିଥିବା ଦିଲ୍ଲୀପ ନାୟକଙ୍କୁ ଦଳ ଟିକେଟ ଦେଇଛି। ଯାହାକୁ ନେଇ ସମୀର ଏବଂ ତାଙ୍କ ସମର୍ଥକ ପ୍ରତିବାଦ କରିଥିଲେ। ଦିଲ୍ଲୀପଙ୍କ ଟିକେଟ ପରିବର୍ତ୍ତନ କରାଯାଉ ବୋଲି ସେ ଦାବୀ କରିଥିଲେ ମଧ୍ୟ ଦଳ ତାହା ଶୁଣି ନ ଥିଲା। ଫଳରେ ବହୁଦିନ ଅପେକ୍ଷା ପରେ ସେ ଆଜି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ଏବଂ ତାଙ୍କ ସମର୍ଥକ ନିମାପଡାରୁ ପ୍ରଭାତୀ ପରିଡାଙ୍କୁ ଜିତାଇବା ପାଇଁ ନିଷ୍ପତି କରିଥିଲେ।

Share This Article