ଚିଲିକା ଆସୁଛନ୍ତି ଭିକେ ପାଣ୍ଡିଆନ: ଆସନ୍ତାକାଲି ପଲଟନରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

Odisha Hot News
1 Min Read

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରଚାର ପ୍ରସାର ଜାରି ରଖିଛନ୍ତି। ତେବେ ଅଦ୍ୟାବଧି ବିଜେପି ଓ କଂଗ୍ରେସର ତାରକା ପ୍ରଚାରକ ଚିଲିକା ଆସିନଥିବା ବେଳେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀ ପ୍ରଚାରକୁ ଆସିବେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ। ଏଥି ନିମନ୍ତେ ଚଳଚଞ୍ଚଳ ହୋଇଉଠିଛି ଚିଲିକା ବିଜେଡି।

ଆସନ୍ତାକାଲି ଅପରାହ୍ନ ୪ ଘଟିକାରେ ବାଣପୁର ପଲଟନ ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ଶ୍ରୀ ପାଣ୍ଡିଆନ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବେ।

ତେବେ ଏ ନେଇ ଦଳ ପକ୍ଷରୁ ବିରାଟ ସଭାସ୍ଥଳ ଆୟୋଜନ ଚାଲିଛି। ସମଗ୍ର ନିର୍ବାଚନମଣ୍ଡଳୀରୁ ପାଖାପାଖି ୧୫ ହଜାର ଦଳୀୟ କର୍ମୀଙ୍କ ସମାବେଶ ପଲଟନ ପଡିଆରେ ହେବ ବୋଲି ଦଳ ଆକଳନ କରିଛି। ସୁରକ୍ଷା ବ୍ୟବସ୍ଥା ପାଇଁ ତିନି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

Share This Article