ସଂପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ୍‌ ରୁମ୍‌ ରେ ରହିଲା ଇଭିଏମ୍‌, ଜୁନ ୪ରେ ଖୋଲିବ ପେଡି

Odisha Hot News
1 Min Read

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହୋଇସାରିଛି। ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ବିଭିନ୍ନ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି।

ପ୍ରଥମ ସ୍ତରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ ଦ୍ୱିତୀୟ ସ୍ତରରେ ରାଜ୍ୟ ସଶସ୍ତ୍ର ପୋଲିସ ବାହିନୀଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ଷ୍ଟ୍ରଙ୍ଗ୍‌ରୁମ୍‌ଗୁଡ଼ିକ ରହିଛନ୍ତି। ସିସିଟିଭି ମନିଟରିଂ ମଧ୍ୟ ଜାରୀ ରହିଛି। ନିର୍ବାଚନରେ ପ୍ରତିଯୋଗିତା କରିଥିବା ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ମତଗଣନା ପର୍ଯ୍ୟନ୍ତ ଏଠାରେ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି।

ମତଗଣନା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ସମସ୍ତ ଷ୍ଟ୍ରଙ୍ଗ୍‌ରୁମ୍‌ ସିଏପିଏଫ୍‌ (CAPF) ସୁରକ୍ଷା ବଳୟ ମଧ୍ୟରେ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚିତ କରିଛନ୍ତି। ଏହାପରେ ଆସନ୍ତା ଜୁନ ୪ ତାରିଖରେ ଏହା ଗଣତି ପାଇଁ ଖୋଲାଯିବ।

Share This Article