ଖୋର୍ଦ୍ଧା ବିଜେପି ର ମିଶ୍ରଣ ପର୍ବ: ଯୋଗଦେଲେ ଏକାଧିକ ସରପଞ୍ଚ ଓ ସମିତିସଭ୍ୟ

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଟାଙ୍ଗୀ ମଧୂମଙ୍ଗଳ ପଡିଆରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ଛାଡି ଟାଙ୍ଗୀ ବ୍ଲକର ବହୁ ତୁଙ୍ଗ ବିଜୁ ଜନତାଦଳ ସମର୍ଥିତ ସରପଞ୍ଚ, ସମିତିସଭ୍ୟା, ବରିଷ୍ଠ ନେତୃତ୍ବଙ୍କୁ କରତାଳି, ହୁଳହୁଳି ଦେଇ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା।

ରାଜ୍ୟ ବିଜେପି ପରିଷଦ ସଦସ୍ୟ ରଘୁନାଥ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଭୂବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାନସଭା ବିଜେପି ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ବିଜେଡି ଛାଡି ବିଜେପି ଯୋଗଦେଇଥିବା ନେତା ମାନେ ହେଲେ ଟାଙ୍ଗୀ ଗ୍ରାମ ପଂଚାୟତ
ସରପଞ୍ଚ କିଶୋର କୁମାର ବେହେରା, ବଡପାରି ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ଭୂଷଣ୍ଡପୁର ସରପଞ୍ଚ ସୌରଭ ଦାସ ମହାପାତ୍ର, ପୂର୍ବତନ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର ମହାପାତ୍ର, ଟାଙ୍ଗୀ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ପୃଷ୍ଟି, ଦୂର୍ଯୋଧନ ରାଉତରାୟ, ଟାଙ୍ଗୀ ସମିତିସଭ୍ୟା ଅର୍ନପୂର୍ଣ୍ଣା ବେହେରା, ଯୁବ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ବିଶ୍ବରଂଜନ ଦାସ, ସୁନିଲ ମହାନ୍ତି ପ୍ରମୁଖ ଅଛନ୍ତି।

ଏତଦବ୍ୟତୀତ ମଙ୍ଗଳାଯୋଡି ସମିତିସଭ୍ୟା କସ୍ତୁରି ପାଣିଗ୍ରାହୀ, ଉଜଳା ଗୋପୀନାଥପୁର ସମିତିସଭ୍ୟ ସୂର୍ଯ୍ୟମଣୀ ସାହୁ, ଭୂଷଣ୍ଡପୁର ପୂର୍ବତନ ସରପଞ୍ଚ ଦଣ୍ଡପାଣି ବେହେରା, ବାଲିପାଟପୁର ପୂର୍ବତନ ସରପଞ୍ଚ ତ୍ରିନାଥ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତାରାପ୍ରସାଦ ଚ୍ୟାଉ ପଟ୍ଟନାୟକ ପ୍ରମୁଖ ବିଜେପି ରେ ସାମିଲ ହୋଇଛନ୍ତି।

ତେବେ ଏସମ୍ପର୍କରେ ବିଜେଡିର ବରିଷ୍ଠ ନେତା ରାମଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ବିଜେଡି ହେଉଛି ମହା ସମୁଦ୍ର। ଏମାନେ କେବେଠାରୁ ବିଜେଡି ଛାଡି ସାରିଛନ୍ତି। ତେଣୁ ବିଜେଡି ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ। ଆମେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ୩୦ ହଜାର ରୁ ଅଧିକ ଭୋଟ ରେ ବିଜୟୀ ହେବୁ।

Share This Article