ଅଭିନେତା ଅନୁଭବ ମହାନ୍ତି ହେବେ ଗିରଫ !! ଏନବିଡବ୍ଲୁ ଜାରୀ କଲେ କୋର୍ଟ

Odisha Hot News
1 Min Read

କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କର ଅଡୁଆ ବଢିଛି। କାରଣ ଆଜି କଟକ ଜେଏମଏଫସି ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରୀ କରିଛି। ଆସନ୍ତା 23 ତାରିଖ ଭିତରେ ଏହା ଉପରେ ପଦକ୍ଷେପ ନିଅ ବୋଲି କୋର୍ଟ ପୋଲିସକୁ ନିର୍ଦ୍ଦେଶ କରିଛନ୍ତି। ତାଙ୍କ ବିରୋଧରେ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ମାମଲା ଋଜୁ କରିଥିଲେ।

ବର୍ଷାଙ୍କ ଏହି ମାମଲା ଚାଲିଥିବା ବେଳେ ଅନୁଭବଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅନୁଭବ ହାଜର ନ ହୋଇ ତାଙ୍କ ଓକିଲ ହାଜର ହେଉଥିଲେ। ଆଜି କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟି ଜାରି କରିଛନ୍ତି।

ଏହାପରେ ଅନୁଭବଙ୍କୁ ପୋଲିସ ଗିରଫ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଯଦି ଅନୁଭବ ଉଚ୍ଚ ନ୍ୟାୟାଳୟକୁ ଅପିଲ କରିବାକୁ ଯାଆନ୍ତି ଏବଂ କୋର୍ଟ ତଳ କୋର୍ଟ ଅଡରକୁ ସ୍ଥଗିତ କରନ୍ତି ତେବେ ସେ ଛାଡ ପାଇବେ ବୋଲି ଜଣାପଡିଛି। ହେଲେ ହାଇକୋର୍ଟ ତଳକୋର୍ଟର ରାୟକୁ ସ୍ଥଗିତାଦେଶ ନ ଦେଲେ ସେ ଗିରଫ ହେବା ନିଶ୍ଚିତ ବୋଲି ଆଇନିବିଶେଷଜ୍ଞ କହିଛନ୍ତି।

Share This Article