କଲରାପତ୍ରିଆ ବାଘର ମୃତଦେହ ଉଦ୍ଧାର ଘଟଣା: ଜଣେ ଶିକାରୀ ଗିରଫ

Odisha Hot News
1 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ଅନ୍ତର୍ଗତ ଲାଣ୍ଡିମାଲ ସରଂକ୍ଷିତ ଜଙ୍ଗଲର ଚମ୍ପାଳି ନଦୀ ନିକଟ ଭୀମମଣ୍ଡଳୀ ରାସ୍ତାରୁ ଦୁଇଦିନ ତଳେ କଲରା ପତରିଆ ବାଘର ମୃତ ଦେହ ବନ ବିଭାଗ ଠାବ କରିଥିଲା। ଏଥିରେ ସମ୍ପୃକ୍ତି ଥିବା ସନ୍ଦେହରେ ବନ ବିଭାଗ ପେଣ୍ଠବାହାଳ ଗ୍ରାମର ଜୈନିକ ବ୍ୟକ୍ତିକୁ ଅଟକ ରଖିଥିଲା।

ନାକଟିଦେଉଳ ରେଞ୍ଜ ଅଫିସରେ ରେଢ଼ାଖୋଲ ଡ଼ିଏଫ ଅରବିନ୍ଦ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କଲରା ପତରିଆ ବାଘକୁ ବନ୍ଧୁକ ରେ ମାରିଥିବା ବ୍ୟକ୍ତିସମ୍ପର୍କ ରେ ସୂଚନା ଦେଇଥିଲେ ଏବଂ ଆଜି ସମ୍ପୃକ୍ତ ବ୍ୟକ୍ତି କୁ କୋର୍ଟ ଚାଲାଣ କରା ଯିବ ବୋଲି ପ୍ରକାଶ କରିଥିଲେ। ଗିରଫ ବ୍ୟକ୍ତି ଠାରୁ ଏକ ଦେଶୀ ବନ୍ଧୁକ, ଏକ ବ୍ୟାଗ, ତିନୋଟି ଗୁଳି ଜବତ କରିଥିବା ଡ଼ିଏଫଓ ସୂଚନା ଦେଇଛନ୍ତି।

ସୁଚନା ଥାଉକି, ଗତ ୬ ତାରିଖ ଦିନ ପ୍ରାୟ ଅପରାହ୍ନ ଦୁଇଟା ବେଳେ ବନ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଭୀମ ମଣ୍ଡଳୀ ରାସ୍ତାରେ ଏକ କଲରାପତ୍ରିଆ ବାଘ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସି ସି ଏଫ, ରେଢ଼ାଖୋଲ ଡି ଏଫ ଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜର ଅଶ୍ୱିନୀ କୁମାର ବେହେରା ଏବଂ ଭୁବନେଶ୍ୱର ମେଡିକାଲ ଟିମ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଶବ ବ୍ୟବଛେଦ କରି ଜଙ୍ଗଲରେ ପୋଡିଦେଇଥିଲେ।

ତେବେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ପେଣ୍ଠବାହାଲ ଗ୍ରାମରୁ ଜଣେ ବ୍ୟକ୍ତିକୁ ଅଟକ ରଖିଥିଲେ। ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ତଦନ୍ତ ଚାଲିଥିବା ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।  ଦିନକୁ ଦିନ ନାକଟିଦେଉଳ ଅଂଚଳ ରେ ବାଣୁଆ ମାନେ ଅନାୟାସରେ ଶିକାର କରୁଥିବା ବେଳେ ବନବିଭାଗ ସେମାନଙ୍କୁ ଧରିବାରେ ମୁଣ୍ଡବ୍ୟଥାର କାରଣ ହେଉଛି।

Share This Article