କୋରେଇ ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ

Odisha Hot News
1 Min Read

ଯାଜପୁର: କୋରେଇ ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସନ୍ଦ୍ୟାରାଣୀ ଦାସ। ତାଙ୍କ ହଜାର ହଜାର ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ସେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ତା ପୂର୍ବରୁ ସେ ପାଣିକୋଇଲି ତାରିଣୀ ମନ୍ଦିରରେ ପୂଜା ଅର୍ଚ୍ଚନା କରି ନାମାଙ୍କନ ଦାଖଲ ପାଇଁ ଯାଇଥିଲେ।

ସନ୍ଧ୍ୟାରାଣୀ 4 ସେଟ ନାମାଙ୍କନ ଦାଖଲ କରିଛନ୍ତି। କୋରେଇ ହେଉଛି ତାଙ୍କ ସ୍ବାମୀ ସ୍ବର୍ଗତ ଅଶୋକ ଦାସଙ୍କ ଗଡ। ସେଠାରୁ ଅଶୋକ ଦାସ ଲଗାତର ଜିତି ଆସୁଥିଲେ। ତାଙ୍କର ପରଲୋକ ପରେ ସେଠାରୁ ଅନ୍ୟମାନେ ଛିଡା ହୋଇଥିଲେ। ତାଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ବିଜେଡିର ଜଣେ ଟାଣୁଆ ନେତା। ସେ ସମ୍ବଲପୁର ଲୋକସଭା ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି।

Share This Article