ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରଚାର, ଏଥର ବିଜେପି କେତେ ଆସନ ଜିତିବ ବୋଲି କଲେ ଭବିଷ୍ୟବାଣୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶାର ଦୁଇଟି ସ୍ଥାନରେ ପ୍ରଚାର କରି ଫେରିଛନ୍ତି। ସେ କଳାହାଣ୍ଡି ଏବଂ କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ସେ ରାୟଗଡା ଏବଂ ଭବାନୀପାଟଣାରେ ବିଶାଳ ଜନସମାବେଶକୁ ଡବଲ ଇଂଜିନ କରିବା ପାଇଁ କହିଛନ୍ତି।

ସେ ଓଡିଶାର ଲୋକସଭା ନିର୍ବାଚନ ନେଇ ଏକ ଭବିଷ୍ୟବାଣୀ ଦେଇଛନ୍ତି। ତାହା ହେଲା ଯେ, ଗତଥର କୁଆଡେ ଲୋକଙ୍କୁ ପଚାରିବାରୁ ଓଡିଶାରେ ବିଜେପି ଆଠଟି ଆସନରେ ଜିତିବ ବୋଲି କହିଥିଲେ। ହେଲେ ଏଥର ଓଡିଶାରୁ ବିଜେପି ପୁରା 21 ରୁ 21 ଆସନ ଜିତିବ ବୋଲି କହିଲେଣି। ତେଣୁ ଓଡିଶାରେ ବିଜେପି ବେଶ ଭଲ କରିବ ବୋଲି ରାଜନାଥ କହିଛନ୍ତି।

ସେହିପରି ସେ ଓଡିଶାରେ ଆୟୁଶ୍ମାନ ଭାରତ ଲାଗୁ ନ କରିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଓଡିଶାରେ ବିଜେପି ସରକାର ଏହାକୁ ନିଶ୍ଚିତ ଲାଗୁ କରିବ ବୋଲି ସେ ଘୋଷଣା କରିଛନ୍ତି। ସେହିପରି କଂଗ୍ରେସ ଅମଳରେ ଦେଶ ପୁରୀ ଦୁର୍ନିତିରେ ଡୁବି ରହିଥିଲା। ହେଲେ ମୋଦୀଙ୍କ 10 ବର୍ଷ ଶାସନରେ ଭାରତ ବିଶ୍ବର ଶ୍ରେଷ୍ଠ ଦେଶ ହୋଇପାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଠାରେ କରୋନା କାଳରେ କୋଟି କୋଟି ଟୀକା ପ୍ରସ୍ତୁତ କରି ଦେଶବାସୀଙ୍କ ଜୀବନ ବଞ୍ଚାଇଛନ୍ତି ଦେଶର ବୈଜ୍ଞାନିକ। ଏବେ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ୫ମ ଅର୍ଥନୀତି ବ୍ୟବସ୍ଥା ପାଲଟିଛି। ଆଗକୁ ବିଶ୍ୱର ୩ୟ ଅର୍ଥନୀତି ପାଲଟିବ ଭାରତ। ୧ କୋଟି ମହିଳାଙ୍କୁ ଆମେ ଲକ୍ଷପତି କରିଛୁ, ଆଗାମୀ ୫ ବର୍ଷରେ ୩ କୋଟି ମହିଳାଙ୍କୁ ଲକ୍ଷପତି କରିବୁ ବୋଲି ରାଜନାଥ କହିଛନ୍ତି। ଉଭୟ ସଭାରେ କୋରାପୁଟ ଓ କଳାହାଣ୍ଡି ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

Share This Article