ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଗୁରୁବାର ଦିନ ନୀତିନ ଗଡକରୀ

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ନିର୍ବାଚନ ପ୍ରଚାରରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନୀତିନ ଗଡକରୀ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆସନ୍ତାକାଲି ଓଡିଶା ଆସୁଛନ୍ତି। ରାଜନାଥ ସିଂ ବୁଧବାର ଦିନ ଭବାନୀପାଟଣା ଏବଂ ରାୟଗଡାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେବେ। ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ବୁଧବାର ଦିନ ନବରଂଗପୁରରେ ଉଦବୋଧନ ଦେବେ।

ଏହାପରେ ଆସନ୍ତା 9 ତାରିଖରେ ଓଡିଶା ପ୍ରଚାରରେ ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ପୁରୀ ଏବଂ କୃଷ୍ଣପ୍ରସାଦରେ ଆୟୋଜିତ ଜନସମାବେଶକୁ ଉଦବୋଧନ ଦେବେ। ସେହିଦିନ ମଧ୍ୟ ଓଡିଶା ପ୍ରଚାରରେ ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟ ଆଦି ତିନୋଟି ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ପରବର୍ତ୍ତି ସମୟରେ ହେମାମାଳିନୀ ମଧ୍ୟ ପ୍ରଚାରରେ ଆସିବେ। ତେବେ 10 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ।

Share This Article