ଅଳ୍ପ ସମୟ ଭିତରେ ଭୁବନେଶ୍ବରରେ ତାଣ୍ଡବ ରଚିଦେଲା କାଳ ବୈଶାଖୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ଅପରାହ୍ନରେ ହୋଇଥିବା କାଳ ବୈଶାଖୀ ଭୁବନେଶ୍ବରରେ ତାଣ୍ଡବ ରଚି ଦେଇଛି। ଯେପରି ଭାବେ ପବନ ପ୍ରବାହିତ ହେଲା ସେଥିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ କରିଦେଇଛି। ବିଶେଷ କରି ଏୟାରପୋର୍ଟ ଅଞ୍ଚଳରେ ଏହି ତାଣ୍ଡବ ବେଶୀ ପରିଲକ୍ଷିତ ହୋଇଛି। ଫଳରେେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।

ଝଡବର୍ଷା ଛାଡିବା ପରେ ଅଗ୍ନିଶମ କର୍ମଚାରୀମାନେ ରାଜଧାନୀର ବିଭିନ୍ନ ସ୍ଥାନରୁ ଗଛ କାଟି ରାସ୍ତା ସଫା କରିବାରେ ଲାଗିଛନ୍ତି। ବିଶେଷ କରି ରାଜଭବନ ନିକଟସ୍ଥ ଅଞ୍ଚଳ, ଖଣ୍ଡଗିରି ବସ ଷ୍ଟାଣ୍ଡ, ଆମ୍ରି ହସପିଟାଲ ଅଞ୍ଚଳ, କୋଲଥିଆ, ଓୟୁଏଟି ଅଞ୍ଚଳ, ରାଜମହଲ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ପରି ବହୁସ୍ଥାନରେ ଗଛ ଡାଳ ଭାଙ୍ଗି ପଡିବା କିମ୍ବା ଗଛ ଉପୁଡି ପଡିଛି। ଆଜି ରାତି ତମାମ ଅଗ୍ନିଶମ ବାହିନୀ ଏହି କାର୍ଯ୍ୟ କରିବେ ବୋଲି ଜଣାପଡିଛି।

Share This Article