ପୁରୀ ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ ହେବ, ତାହା ଜାଣିପାରି ସେ ଟିକେଟ ଫେରାଇ ଦେଲେ: ଅଜୟ କୁମାର

Odisha Hot News
1 Min Read

ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ କଂଗ୍ରେସ ଟିକେଟ ପାଇଥିବା ସୁଚରିତା ମହାନ୍ତି ଟିକେଟ ଫେରାଇବା ଉପରେ ବଡ ବୟାନ ରଖିଛନ୍ତି ପ୍ରଭାରୀ ଅଜୟ କୁମାର। ଆଜି ଗଣମାଧ୍ୟମକୁ ସେ କହିଛନ୍ତି ଯେ, ପୁରୀର ଲୋକସଭା ପ୍ରାର୍ଥୀ ପରିବର୍ତ୍ତନ କରାଯିବ। ସେହି ସୂଚନା ସୁଚରିତା ଜାଣିବା ପରେ ସେ ଟିକେଟ ଫେରାଇ ଦେଲେ ବୋଲି ଅଜୟ କୁମାର କହିଛନ୍ତି।

ଗଣମାଧ୍ୟମକୁ ଅଜୟ କୁମାର କହିଛନ୍ତି ଯେ, କଂଗ୍ରେସ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରି ଆଜି କିମ୍ବା ଆସନ୍ତାକାଲି ନୂଆ ନାମ ଘୋଷଣା କରାଯିବ। ତାହା ଜାଣିବା ପରେ ସେ ଟିକେଟ ଫେରାଇ ଦେଇଛନ୍ତି। ତାଙ୍କ ଚିଠିକୁ ସେ ଭାଇରାଲ କରିଛନ୍ତି। ଅଜୟ କୁମାର କହିଛନ୍ତି ଯେ, କଂଗ୍ରେସର ଫଣ୍ଡର କିଛି ଅସୁବିଧା ନାହିଁ। ପାର୍ଟି ଫଣ୍ଡିଂ କରିଥାଆନ୍ତା ଏବଂ କରିବ ମଧ୍ୟ। ହେଲେ ପ୍ରାର୍ଥୀ ପରିବର୍ତ୍ତନ କରାଯିବା କଥା ଜାଣିବା ପରେ ସେ ତାଙ୍କ ଚିଠିକୁ ଭାଇରାଲ କରୁଛନ୍ତି।

Share This Article