ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ: ନାବାଳିକା ଭାଣଜିକୁ ଦୁଷ୍କର୍ମ ଅଭିଯୋଗରେ ମାମୁଁ ଗିରଫ

Odisha Hot News
1 Min Read

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ପୁଣି ରକ୍ତ ସମ୍ପର୍କରେ କଳଙ୍କ ଲାଗିଛି। ନାବାଳିକା ଭାଣଜିକୁ ମାମୁଁ ଦୁଷ୍କର୍ମ ଉଦ୍ୟମ କରିଛି। କଳଙ୍କିତ ପିଶାଚକୁ ଟାଙ୍ଗୀ ଥାନା ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟ ବରଡ଼ି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ବାପା ମା’ ବାହାରେ ରହି କାମ କରୁଥିବାରୁ ନାବାଳିକା ଭାଣଜି ଅଜା ଘର ହାଟ ବରଡ଼ିରେ ରହି ପାଠ ପଢୁଥିଲା। ହେଲେ ନାବାଳିକାର ମାମୁଁ ଭାଣଜିକୁ ଏକୁଟିଆ ଦେଖି ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକାଜଣଙ୍କ ଚିତ୍କାର କରିବାରୁ ଘର ଲୋକେ ଦଉଡି ଯାଇ ନାବାଳିକାକୁ ଉଦ୍ଧାର କରିଥିଲେ। ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ମାମୁଁକୁ ଟାଙ୍ଗୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ନାବାଳିକାର ଡାକ୍ତରୀ ମଇନା କରି ତଦନ୍ତ କରୁଛି।

ଅଭିଯୁକ୍ତ ମାମୁଁ ଗାଁରେ ବିଭିନ୍ନ ସମୟରେ ନିଶା ଖାଇ ଚୁର ରହୁଥିଲା ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି। ଅଭିଯୁକ୍ତ ମାମୁଁର ନାମ ଶ୍ରଵଣ ପ୍ରଧାନ, ବୟସ ୨୪ ବର୍ଷ ବୋଲି ଜଣା ପଡିଛି।

Share This Article