ମିଶନ ଶକ୍ତି ସଚିବ ପଦରୁ ହଟିଲେ ସୁଜାତା କାର୍ତ୍ତିକେୟନ, ଶାଳିନୀ ପଣ୍ଡିତଙ୍କୁ ଅତିରିକ୍ତ ଦାୟିତ୍ବ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦବଦଳ କରିଛନ୍ତି। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପରେ ମିଶନଶକ୍ତି ସଚିବ ପଦରୁ ହଟିଛନ୍ତି ସୁଜାତା କାର୍ତ୍ତିକେୟନ। ତାଙ୍କୁ ଆଜି ସରକାର ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ନିର୍ବାଚନ କମିଶନର ସୁଜାତାଙ୍କୁ ଲୋକଙ୍କ ସହିତ ଜଡିତ ନ ଥିବା ବିଭାଗକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳିନୀ ପଣ୍ଡିତଙ୍କୁ ମିସନଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେ ମଧ୍ୟ ସୁଜାତାଙ୍କ ପାଖରେ ଥିବା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ରହିବେ। ମିଶନଶକ୍ତିର ସଚିବ ଥିବା ସୁଜାତା କାର୍ତ୍ତିକେୟନ ହେଉଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇଏଏସ କାର୍ତ୍ତିକ ପାଣ୍ଡିଆନଙ୍କ ଧର୍ମପତ୍ନୀ। ସେ ବିଜେଡି ପାଇଁ କାମ କରୁଛନ୍ତି ବୋଲି ବିଜେପି ତରଫରୁ ଅଭିଯୋଗ ହୋଇଥିଲା।

Share This Article